ସୋନିଆ, ରାହୁଲଙ୍କୁ ଇଡି ନୋଟିସ୍

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ କେସ୍ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ୍ ଜାରି କରିଛି । ଜୁନ୍ ୮ ରେ ପଚରାଉଚରା ପାଇଁ ହାଜର ହେବାକୁ ଇଡି ଉଭୟଙ୍କୁ କହିଛି। ସୋନିଆ ଗାନ୍ଧୀ ଇଡି ସମ୍ମୁଖରେ ହାଜର ହେବେ ବୋଲି କଂଗ୍ରେସ କହିଛି। ଯଦି ରାହୁଲ ଦିଲ୍ଲୀରେ ରୁହନ୍ତି, ତେବେ ସେ ମଧ୍ୟ ଜେରା ପାଇଁ ଯିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ନ୍ୟାସନାଲ ହେରାଲ୍ଡ ମାମଲାରେ ଏପ୍ରିଲ ୧୨ରେ କଂଗ୍ରେସର ଦୁଇ ବଡ଼ ନେତା ପୱନ ବନସଲ ଏବଂ ମଲ୍ଲିକାର୍ଜୁନ ଖର୍ଗେଙ୍କୁ ମଧ୍ୟ ଇଡି ତଦନ୍ତ ପରିସରଭୁକ୍ତ କରିଥିଲା । ୨୦୧୪ରେ ସୁବ୍ରମଣ୍ୟମ ସ୍ୱାମୀ, ସୋନିଆ ଏବଂ ରାହୁଲଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏଥିରେ ସ୍ବାମୀ ଗାନ୍ଧୀ ପରିବାର ବିରୋଧରେ ୫୫ କୋଟି ଟଙ୍କା ହେରଫେର୍ ଅଭିଯୋଗ ଆଣିଥିଲେ ।

ସୋନିଆ ଓ ରାହୁଲଙ୍କୁ ନୋଟିସ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ଏକଛତ୍ରବାଦୀ ସରକାର ଡରିଯାଇଛି । ତେଣୁ ପ୍ରତିଶୋଧ ନିଆଯାଉଛି। ପ୍ରତିଶୋଧ ଭାବନାରେ ସରକାର ଅନ୍ଧ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି।

Comments are closed.