ସମ୍ବଲପୁର ଝିଅଙ୍କ କମାଲ, ୭୦ ଫୁଟ୍ ସମୁଦ୍ର ଗର୍ଭରେ ଜନ୍ମଦିନ ପାଳନ

ସମ୍ବଲପୁର: ଦୁବାଇର ଓମାନ ଉପସାଗରର ୭୦ ଫୁଟ୍ ସମୁଦ୍ର ଗର୍ଭକୁ ଯାଇ ଜନ୍ମଦିନ ପାଳନ କରିଛନ୍ତି ସମ୍ବଲପୁରର ଝିଅ ତିସ୍ୟା ପାଣିଗ୍ରାହୀ। ନିଜର ୧୨ ତମ ଜନ୍ମଦିନକୁ ସେ ଏଭଳି ନିଆରା ଢଙ୍ଗରେ ପାଳନ କରିବା ସହିତ ରାଜ୍ୟର ସର୍ବକନିଷ୍ଠ ସ୍କୁବା ଡାଇଭରର ମାନ୍ୟତା ପାଇବାରେ ସଫଳ ହୋଇଛନ୍ତି। ତିସ୍ୟା ହେଉଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନାତୁଣୀ। ଏହାଛଡା ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ମଧ୍ୟ ନାତୁଣୀ।

ପୂର୍ବରୁ ନୂଆଁଖାଇ ଅବସରରେ ଦୁବାଇରେ ୬୦ ଫୁଟ୍ ସମୁଦ୍ର ଗର୍ଭରୁ ନୂଆଁଖାଇ ଜୁହାର୍ ବାର୍ତ୍ତ। ଦେଇ ଚର୍ଚ୍ଚ।କୁ ଆସିଥିଲେ ତିସ୍ୟା। ଆଉ ଏବେ ୧୨ ତମ ଜନ୍ମଦିନକୁ ଗତ ୮ ତାରିଖରେ ଏଭଳି ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେହିପରି ମାତ୍ର ୧୨ ବର୍ଷ ବୟସରେ ୭୦ ଫୁଟ୍ ତଳକୁ ସ୍କୁବା ଡାଇଭିଂ କରି ସେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାର ଦିନକ ପରେ ୯ ତାରିଖରେ ସେ ଓଡିଶାର ସର୍ବକନିଷ୍ଠ ସ୍କୁବା ଆଡଭାନ୍ସଡ ଓପନ୍ ୱାଟର୍ ସ୍କୁବା ଡାଇଭର୍ ଭାବେ ଲାଇସେନ୍ସ ହାସଲ କରିଛନ୍ତି। ତାଙ୍କ ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ ମଧ୍ୟ ଜଣେ ସ୍ବୀକୃତିପ୍ରାପ୍ତ ସ୍କୁବା ଡାଇଭର୍।

Comments are closed.