ଚଳିତ ମାସରେ ସ୍କୁଲ୍ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ପାଠ୍ୟକ୍ରମ ଆଉ ହ୍ରାସ ହେବ ନାହିଁ

ଭୁବନେଶ୍ୱର- ରାଜ୍ୟରେ ଚଳିତମାସରେ ସ୍କୁଲ ଖୋଲିବ । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ପାଇଛି । ଆଉ ଅଧିକ ହ୍ରାସ ହେବ ନାହିଁ । ବାକି ୭୦ ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ କହିଛନ୍ତି । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସଂପୂର୍ଣ୍ଣ କ୍ଲାସ ହେବ । ପିଲାଙ୍କୁ ସ୍କୁଲ ଛାଡିବା ପାଇଁ ପିତାମାତା ରାଜି ନ ହେଲେ ଅନଲାଇନ ପାଠପଢା ହେବ ବୋଲି ସେ କହିଛନ୍ତି ।

Comments are closed.