ଯେଉଁଠି କ୍ରୀଡାର ବିକାଶ ମିସନ ନୁହେଁ , ପ୍ୟାସନ

ଭୁବନେଶ୍ୱର- କ୍ରୀଡାର ବିକାଶ ପାଇଁ ଓଡିଶାର ଉଦ୍ୟମ ଜାତୀୟ ସ୍ତରରେ ବେଶ୍ ପ୍ରଶଂସନୀୟ ହୋଇପାରିଛି । ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ବି କୁହାଯାଉଛି । ଗତ କିଛି ବର୍ଷ ମଧ୍ୟରେ ପ୍ରମୁଖ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାମାନ ଆୟୋଜିତ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ପ୍ରଶଂସିତ ହୋଇଛି ଓଡିଶା । ବିଭିନ୍ନ କାରଣରୁ ଭାରତର ଅନ୍ୟ ରାଜ୍ୟଗୁଡିକ ମର୍ଯ୍ୟାଦାଜନକ କ୍ରୀଡା ପ୍ରତିଯୋଗିତାଗୁଡିକ ଆୟୋଜନ ପାଇଁ ଅସମର୍ଥ ହୋଇଥିଲା ବେଳେ ଓଡିଶା ଏ ଦିଗରେ ବ୍ୟତିକ୍ରମ ସାଜିଛି । ବିଶ୍ୱକପ୍ ହକି,ଏସିଆନ ଆଥଲେଟିକ୍ସ ଚାମ୍ପିଅମସିପ୍ ଭଳି ବିଗ୍ ଟିକେଟ୍ ଆନ୍ତର୍ଜାତିକ ପ୍ରତିଯୋଗିତାଗୁିକର ସଫଳ ଆୟୋଜନ କରିଛି ଓଡିଶା ।

ହକି ଇଣ୍ଡିଆ ଲିଗ୍ ( ଏଚଆଇଏଲରେ ) କଳିଙ୍ଗ ଲାନସର୍ସର ଫ୍ରାଚାଂଇଜ୍ ଜିତିବା, ମର୍ଯ୍ୟାଦାଜନକ ଚାମ୍ପିଅନସ ଟ୍ରଫି ପ୍ରତିଯୋଗିତା, ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ଆୟୋଜନ ୨୦୧୭ରେ ହକି ୱାର୍ଲଡ ଲିଗ୍ , ୨୦୧୮ର ବିଶ୍ୱକପ୍ ହକି ଆୟୋଜନ କ୍ରୀଡାର ବିକାଶ କ୍ଷେତ୍ରରେ ଓଡିଶାର ପ୍ରତିବଦ୍ଧତ୍ରା ପ୍ରମାଣ କରୁଛି । କ୍ରୀଡା ପ୍ରତିଯୋଗିତା ଆୟୋଜନ ପାଇଁ ମଧ୍ୟ ଓଡିଶା ଏକ ପସନ୍ଦଯାଗ୍ୟ ରାଜ୍ୟ ଭାବେ ମୁଣ୍ଡ ଟେକିଛି ।

ରାଜ୍ୟରେ କ୍ରୀଡା ଭିତିଭୂମିର ବି ଉଲ୍ଲେଖନୀୟ ବିକାଶ ହୋଇଛିା ତେବେ, ଏହା ରାତାରାତି ହୋଇନାହିଁ । ଗତ ଏକ ଦଶକରୁ ଅଧିକ ସମୟ ଧରି ଏ ଦିଗରେ ଧୀରେ ଧୀରେ ବିକାଶ ହୋଇଆସିଛି । କ୍ରୀଡା ପ୍ରତି ଓ ଯୁବ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗ୍ରହ ଓ ନିଷ୍ଠା ହିଁ ରାଜ୍ୟରେ କ୍ରୀଡା ଭିତିଭୂମି ଅଭିବୃଦ୍ଧିର କାରଣ । ଏସବୁ ସଫଳତା ପଛରେ ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ଅବଦାନ ବି ରହିଛି ।

କ୍ରୀଡା କ୍ଷେତ୍ରରେ ଓଡିଶାର ରୂପାନ୍ତରଣ ଯାତ୍ରା ୨୦୧୦-୧୧ରେ ଆରମ୍ଭ ହୋଇଥିଲା , ଯେତେବେଳେ ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ଉଭୟେ ଥିଲେ କ୍ରୀଡାପ୍ରେମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ହକିପ୍ରେମୀ । ଏପରିକି ସେ ଯୁବାବସ୍ଥାରେ ଜଣେ ହକି ଗୋଲକିପର ଥିଲେ । ଆଉ ପାଣ୍ଡିଆନ୍ ଏକ ସ୍ପୋର୍ଟସ ହଷ୍ଟେଲରୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍ ବିଶ୍ୱକ୍ରୀଡାରେ ଓଡିଶାର ସ୍ୱତନ୍ତ୍ର ସ୍ଥାନ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ । ଆଉ ରାଜ୍ୟରେ କ୍ରୀଡାର ବିକାଶ ଓ ପ୍ରସାର ପାଇଁ ନିଆଯାଇଥିଲା ଏକାଧିକ ପଦକ୍ଷେପ ।

ପାଣ୍ଡିଆନଙ୍କ ପରିଶ୍ରମ ଯୋଗୁଁ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କଂପ୍ଲେକ୍ସ ବିଶ୍ୱ ହକି ଇଭେଂଟ ପାଇଁ ଏକ ପ୍ରମୁଖ ସ୍ଥଳ ପାଲଟିଛି । ପାଣ୍ଡିଆନ୍ ବିଭିନ୍ନ ସ୍ପୋର୍ଟସ ହଷ୍ଟେଲ ବୁଲି ଅନ୍ତେବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସଂପର୍କରେ ବୁଝନ୍ତି । ଏଥିରୁ ହିଁ କ୍ରୀଡା ଓ କ୍ରୀଡାବିତଙ୍କ ପ୍ରତି ତାଙ୍କର ଆଗ୍ରହ ସ୍ପଷ୍ଟ ବାରିହୋଇ ପଡେ । ଗତବର୍ଷ ଦୀପାବଳିରେ କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟସ ହଷ୍ଟେଲ୍ ଯାଇଥିଲେ ପାଣ୍ଡିଆନ୍ । ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅଭାବ ଅସୁବିଧା ବୁଝିବା ସହ କ୍ରୀଡାର ବିକାଶ ନେଇ ଆଲୋଚନା କରିଥିଲେ । ମୋ ସରକାର ପଦକ୍ଷେପ ଅନ୍ତର୍ଗତ ଅଚାନକ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ପାଣ୍ଡିଆନ କ୍ରୀଡା ଭିିତିଭୂମିର ବିକାଶ ସଂପର୍କରେ ମଧ୍ୟ ଆଲୋଚନା କରନ୍ତି । ଯୁବାବସ୍ଥାରେ ପାଣ୍ଡିଆନ ଜଣେ ମଧ୍ୟମ ଦୂରଗାମୀ ଧାବକ ଥିଲେ ଓ ସ୍ପୋର୍ଟସ ହଷ୍ଟେଲରେ ରହିଥିଲେ ।

ରାଜ୍ୟ ସରକାରଙ୍କ ୫-ଟି ପଦକ୍ଷେପ ଅନ୍ତର୍ଗତ କ୍ରୀଡାର ବିକାଶକୁ ବି ପ୍ରାଧାନ୍ୟ ଦିଆଯାଇଛି । କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କଂପ୍ଲେକ୍ସରେ ହାଇ ପାୱାର ସେଂଟର୍ ,ବିଶ୍ୱସ୍ତରୀୟ ଭିତିଭୂମି ଓ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାର ଆୟୋଜନ ଆଦି ଓଡିଶାର କ୍ରୀଡା କ୍ଷେତ୍ରରେ ହୋଇଥିବା ପରିବର୍ତନର ଗୋଟିଏ ଗୋଟିଏ ଉଦାହରଣ । ସରକାର ଯୁବଶକ୍ତି ଉପରେ ଗୁରୁତ୍ୱ ଦେଉଥିବା ବେଳେ କ୍ରୀଡା ଉପରେ ମଧ୍ୟ ଧ୍ୟାନ ରହିଛି ।
ରାଜ୍ୟରେ କ୍ରୀଡାବିତଙ୍କୁ ଆବଶକୀୟ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ପାଇଁ ସେମାନେ ସହାୟତା ପାଉଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓଡିଶା-ରିଲାଏନଓ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟରରେ ଶେଷ ଦିନରେ ଯୋଗଦେଇ ପାଣ୍ଡିଆନ୍‌, ରାଜ୍ୟରେ କ୍ରୀଡାର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣ ସଂପର୍କରେ କହିଥିଲେ ।

ରାଜ୍ୟରେ କ୍ରୀଡା ଓ କ୍ରୀଡାବିତଙ୍କ ବିକାଶକୁ ସବୁବେଳେ ସମର୍ଥନ କରିଆସିଥିବା ପାଣ୍ଡିଆନ, ଆଥଲେଟମାନଙ୍କର ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ହାଇ ପରଫରମାନ୍ସ ସେଂଟରଗୁଡିକର ଉଦ୍ୟମକୁ ପ୍ରଶଂସା କରିଥିଲେ । ସେ ମଧ୍ୟ ବିଭିନ୍ନ ଅଂଶଗ୍ରହଣକାରୀ ଆଥଲେଟ୍‌ଙ୍କ ସହ ଆଲୋଚନା କରିବା ସହ ଉତ୍ସାହ ବଢାଇଥିଲେ । ପରେ ସେ ଏଚପିସି କ୍ୟାଡେଟମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

୫-ଟି ସଚିବଙ୍କ ଖେଳୁଆଡ ମନୋଭାବ ତାଙ୍କର ସମସ୍ତ କାର୍ଯ୍ୟକଳାପରେ ପ୍ରତିଫଳିତ ହୁଏ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଂଚଳରୁ ଭୋର୍‌ରେ ଗସ୍ତ କରିବା ହେଉ ବା ପ୍ରାଶାସନିକ କାର୍ଯ୍ୟ- ଏ ସବୁ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବା ନିଶ୍ଚିତ ।

Comments are closed.