କୋରାପୁଟ ଜିଲ୍ଲାର ୨ଟି ସ୍ଥାନରୁ ୧ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

କୋରାପୁଟ – ପୁଣି ଥରେ ଦକ୍ଷିଣ ଓଡିଶାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ । କୋରାପୁଟର ୨ଟି ସ୍ଥାନରୁ ୧ ହଜାର ୨୮୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଜିଲ୍ଲାର ଲମତାପୁଟ ବଡପଡା ଘାଟିରୁ ୧ ହାର ୩୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ପାଡୁଆ ଥାନା ଅଂଚଳରୁ ୨୪୯ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ ।

Comments are closed.