ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ବିରୋଧୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ନିଶାଦ୍ରବ୍ୟ ଅପବ୍ୟବହାର ଦ୍ଵାରା ପରିବାର ଓ ସମାଜର ମଙ୍ଗଳ ଗଭୀର ଭାବେ ବାଧାପ୍ରାପ୍ତ ହୋଇଥାଏ । ସେଥିପାଇଁ ସଚେତନ ରହିବାକୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ତର୍ଜାତିକ ନିଶାଦ୍ରବ୍ୟ ଓ ଅବୈଧ କାରବାର ବିରୋଧୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଶାଦ୍ରବ୍ୟର ଅପବ୍ୟବହାର ରୋକିବା ଓ ସୁସ୍ଥ ଜୀବନଶୈଳୀ ସଂପର୍କରେ ସଚେତନତା ସୃଷ୍ଟି ସହ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ବ୍ରତୀ ହେବା ଦରକାର ।

Comments are closed.