କ୍ୟୁଆରଏସ୍ଏଏମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର – ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା କ୍ୟୁଆରଏସ୍ଏଏମ୍ କ୍ଷେପଣାସ୍ତ୍ରର ମଙ୍ଗଳବାର ଓଡ଼ିଶା ଉପକୂଳରେ ସଫଳ ପରୀକ୍ଷଣ ହୋଇଛି । ଏକ ଭ୍ରମ୍ୟମାଣ ଲଞ୍ଚରରୁ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା ।

କ୍ଷେପଣାସ୍ତ୍ରଟି ଆକଶମାର୍ଗରେ ନିଜ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା । ଗତ ପାଞ୍ଚ ଦିନରେ ଦ୍ୱିତୀୟ ଥର ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ) ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କ୍ୱିକ୍ ରିଆକ୍ସନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର । ଗତ ଦୁଇମାସ ମଧ୍ୟରେ ଭାରତ ଅନେକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏହି ସମୟ ମଧ୍ୟରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ସୁପରସୋନିକ୍ ବ୍ରହ୍ମୋସ୍ ଏବଂ ଆଣ୍ଟି ରେଡିଏସନ୍ ମିସାଇଲ୍ ରୂଦ୍ରମ-୧ର ମଧ୍ୟ ପରୀକ୍ଷଣ ହୋଇଛି ।

Comments are closed.