ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ: ଖୁସି ଅଗ୍ରୱାଲ ଟପର

ଭୁବନେଶ୍ୱର – ପ୍ରକାଶ ପାଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ । ୯୧.୨୯% ନମ୍ବର ସହ ଖୁସି ଅଗ୍ରୱାଲ ଟପର ହୋଇଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷାରେ ମୋଟ ୫୫ ହଜାର ୭୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିମଧ୍ୟରୁ ୫୨ ହଜାର ୭୮୦ ଜଣ ରାଙ୍କ୍ ପାଇଛନ୍ତି । ୭୦ଟି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପାଇଁ ଏକକ ପିଜି ପ୍ରବେଶିକ ପରୀକ୍ଷା ହୋଇଥିଲା । ମୋଟ ୧୪ ହଜାର ୪୦୧ ସିଟ୍ ପାଇଁ ହୋଇଥିଲା ପରୀକ୍ଷା ।

Comments are closed.