ଆଜି ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଛତୁଆ ମିଶ୍ରଣ

ଭୁବନେଶ୍ୱର: କୋଭିଡ୍ –୧୯ କଟକଣା ଏବଂ ନିୟମାବଳୀର ସଂପୂର୍ଣ୍ଣ ଅନୁପାଳନପୂର୍ବକ ଆଜି ରାଜ୍ୟର ସମସ୍ତ ଆଇସିଡ଼ିଏସ୍ ପ୍ରକଳ୍ପରେ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମ ଅଧୀନରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ଛତୁଆ ମିଶ୍ରଣ କରାଯାଇଛି । ଏଥି ପାଇଁ ଯଥେଷ୍ଟ ପୂର୍ବରୁ ଗହମ , ବୁଟ , ବାଦାମ , ଚିନି ଆଦି କଞ୍ଚାମାଲ ସଂଗ୍ରହ କରାଯିବା ସହ ଛତୁଆ ମିଶ୍ରଣ ପାଇଁ ଆନୁଷଙ୍ଗିକ ପ୍ରସ୍ତୁତି କରାଯାଇଥିଲା ।

ଛତୁଆ ମିଶ୍ରଣକୁ ଜିଲ୍ଲାସ୍ତରରେ ବରିଷ୍ଠ ଅଧୁକାରୀ ଏବଂ ଆଇସିଡ଼ିଏସ୍ କାର୍ଯ୍ୟକର୍ତ୍ତାମାନେ ତଦାରଖ କରୁଛନ୍ତି । ଛତୁଆ ମିଶ୍ରଣ ବ୍ୟତୀତ ଅତିରିକ୍ତ ପୁଷ୍ଟିସାଧନ ପାଇଁ ଯୋଗାଇ ଦିଆଯାଉଥିବା ବାଦାମ ଲଡୁ ଏବଂ ଚିକି ମଧ୍ୟ ଏସଏଚଜିମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି । ପ୍ରକାଶ ଥାଉ କି , ଗର୍ଭବତୀ , ପ୍ରସୂତୀ ମହିଳା , କିଶୋରୀ ଏବଂ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନ ନିମନ୍ତେ ପ୍ରତ୍ୟେକ ମାସରେ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ହିତାଧୁକାରୀମାନଙ୍କୁ ଘରକୁ ନେଉଥିବା ଶୁଖୁଲା ରାସନ ଭାବେ ଛତୁଆ , ଲଡୁ , ଚିକି , ଅଣ୍ଡା ଆଦି ଯୋଗାଇ ଦିଆଯାଉଛି ।

ଏହି ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ସହ ଛତୁଆର ଉକୃଷ୍ଟ ମାନ ବଜାୟ ରଖୁବା ନିମନ୍ତେ ମାସର ୨୩ ତାରିଖରେ ଛତୁଆ ମିଶ୍ରଣ ଏବଂ ପ୍ରତିମାସର ୧ ତାରିଖରେ ଛତୁଆ ବଣ୍ଟନ କରାଯାଉଛି । ଏହି ସଂପୂର୍ଣ୍ଣ ପ୍ରକ୍ରିୟାକୁ ମୋ ଛତୁଆ ” ଆପ୍ ମାଧ୍ୟମରେ ପରିଚାଳନା କରାଯାଉଛି ଏବଂ ବିଭାଗର ବରିଷ୍ଠ ଅଧୁକାରୀ ଏବଂ ଟେଲି ମନିଟରିଂ ଟିମ୍ ଏହାର ସିଧାସଳଖ ତଦାରଖ କରୁଛନ୍ତି ।

Comments are closed.