ହୀରାକୁଦର ଆଉ ୨ ଗେଟ୍ ଖୋଲିଲା, ମୋଟ ୧୦ ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ଆଜି ୨ଟି ପର୍ଯ୍ୟାୟରେ ହୀରାକୁଦର ଆଉ ୫ଟି ଗେଟ୍ ଖୋଲିଛି। ଫଳରେ ମୋଟ ୧୦ ଗେଟ ଦେଇ ଜଳ ନିଷ୍କାସିତ ହେଉଛି।

ଗତ ସୋମବାର ଦିନ ହୀରାକୁଦରୁ ୫ଟି ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଆଜି ସୁଦ୍ଧା ସେହି ୫ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଆଜି ପୁଣି ୫ଟି ଗେଟ୍ ଖୋଲାଯାଇଛି। ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୧୪.୨୭ ଫୁଟରେ ପହଞ୍ଚିଛି।

ସେପଟେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪ ହଜାର ୨୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ଆଉ ୩ଟି ଗେଟ୍ ଖୋଲିବା ପରେ ପ୍ରାୟ ୧ ଲକ୍ଷ ୯୩ ହଜାର ୧୩୪ କ୍ୟୁସେକ ନିଷ୍କାସିତ ହେଉଛି। ତେବେ, ଚଳିତ ମାସ ଶେଷ ସୁଦ୍ଧା ଜଳସ୍ତରକୁ ୬୦୫ ଫୁଟ ଭିତରେ ରଖିବାକୁ ଯୋଜନା ହୋଇଛି।

Comments are closed.