ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର – ତିନି ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ କରାଯାଇଛି। ଜୁଲାଇ ୨ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। ୨୪ ପରିବର୍ତ୍ତେ ୨୧ ଦିନ ଗୃହ କାର୍ଯ୍ୟ ହୋଇଛି ।

ଏହି ସମୟ ମଧ୍ୟରେ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା। ୮ଟି ବିଲ ଏହି ଅଧିବେଶନରେ ଆଗତ ହୋଇଥିଲା ବେଳେ ୭ଟି ବିଲ ଗୃହୀତ ହୋଇଛି । ୨୧ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗୃହରେ ଏକ ସଂକଳ୍ପ ଗୃହୀତ ହୋଇଥିଲା।

Comments are closed.