ଅଭିନେତା ମିଥିଳେଶ ଚତୁର୍ବେଦୀଙ୍କର ପରଲୋକ

ମୁମ୍ବାଇ: ଫିଲ୍ମ ଓ ଟେଲିଭିଜନ ଜଗତର ଭେଟେରାନ ଅଭିନେତା ମିଥିଳେଶ ଚତୁର୍ବେଦୀଙ୍କର ଗୁରୁବାର ହୃଦଘାତରେ ପରଲୋକ ହୋଇଯାଇଛି। ‘କୋଇ ମିଲ୍ ଗୟା’, ‘ଗଦ୍ଦର’, ‘ବଣ୍ଟି ଓର ବବଲି’ ଭଳି ଅନେକ ଫିଲ୍ମରେ କାମ କରିଥିବା ହୃଦଘାତ ଯୋଗୁଁ ମିଥିଳେଶ ଚତୁର୍ବେଦୀଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ମିଥିଳେଶ ଚତୁର୍ବେଦୀ ୧୯୯୭ରେ ପ୍ରଥମେ ‘ଭାଇ ଭାଇ’ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘କୋଇ ମିଲ ଗୟା’, ସନି ଦେଓଲଙ୍କ ସହ ‘ଗଦ୍ଦର’ ଭଳି ଅନେକ ଲୋକପ୍ରିୟ ଫିଲ୍ମରେ କାମ କରିଥିଲେ। ଏହାଛଡ଼ା ଚତୁର୍ବେଦୀ ଅନେକ ଟିଭି ଶୋ ଏବଂ ବିଜ୍ଞାପନରେ କାମ କରିଛନ୍ତି | ୱେବ୍ ସୋ ‘ସ୍କାମ’ରେ ମିଥିଳେଶ ଚତୁର୍ବେଦୀଙ୍କୁ ରାମ ଜେଠମାଲାନି ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ ଶେଷଥର ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ସହ ଗୁଲାବୋ-ସାଇବୋ ଫିଲ୍ମରେ ଦେଖିବାକୁ ମିଳିଥିଲା।

Comments are closed.