ରାଜ୍ୟରେ ୨୫୫ ନୂଆ କୋରୋନା ମାମଲା

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ଶହ ତଳକୁ ଖସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୧୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ଵର ଜିଲ୍ଲାରୁ ୭, ବରଗଡ଼ରୁ ୫, ଭଦ୍ରକରୁ ୩, ବଲାଙ୍ଗୀରରୁ ୭, କଟକରୁ ୧୩, ଦେବଗଡରୁ ୨, ଗଜପତିରୁ ୬, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨, ଖୋର୍ଦ୍ଧାରୁ ୫୯, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୧, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୭, ନୂଆପଡ଼ାରୁ ୪, ପୁରୀରୁ ୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୪ , ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୧୦ ମାମଲା ରିପୋର୍ଟ ହୋଇଛି ।
ରାଜ୍ୟରେ ଏବେ ସକ୍ରିୟ ମାମଲା ୩ ହଜାର ୪୬୨ ‌ହୋଇଛି ।

Comments are closed.