ନୂଆଁଖାଇ ପାଇଁ ଲଗ୍ନ ନିରୁପଣ, ତୁଳା ଲଗ୍ନରେ ଲାଗି ହେବ ନବାନ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଆଜି ପଣ୍ଡିତ ମହାସଭା ପବିତ୍ର ନନ୍ଦୋତ୍ସବ ଅବସରରେ ଲଗ୍ନ ନିରୂପଣ କରିଛନ୍ତି। ସମ୍ବଲପୁରର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ୧୦ ଜଣିଆ ପଣ୍ଡିତ ମହାସଭା ଏହି ଲଗ୍ନ ଧାର୍ଯ୍ଯ କରିଛନ୍ତି। ଆସନ୍ତା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ସେପ୍ଟେମ୍ବର ୧ ତାରିଖ ତୁଳା ଲଗ୍ନ ମିଥୁନ ନବାଂଶରେ ପୂର୍ବାହ୍ନ ୧୦ଟା ୫୬ ମିନିଟରୁ ୧୧ଟା ୧୦ ମିନିଟ ମଧ୍ଯରେ ମାଁ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହାପରେ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ। ତାପରେ ପଶ୍ଚିମ ଓଡ଼ିଶାବାସୀ ଘରେ ଘରେ ନବାନ୍ନ ଭକ୍ଷଣ କରିବେ ବୋଲି ମହାସଭା ସ୍ଥିର କରିଛି। ଏଥିରେ ପଣ୍ଡିତ ଲକ୍ଷ୍ମଣ ବେହେରା,ପଣ୍ଡିତ ଚନ୍ଦ୍ରକାନ୍ତ ପାଣିଗ୍ରାହୀ,ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର,ପଣ୍ଡିତ ମହେଶ୍ୱର ନାୟକ,ପଣ୍ଡିତ ଝସକେତନ ହୋତା,ପଣ୍ଡିତ ଶଶାଙ୍କ ମିଶ୍ର,ପଣ୍ଡିତ ଶାନ୍ତନୁ ଶତପଥି,ପଣ୍ଡିତ ସୁଧାଂଶୁ ଶେଖର ପାଣିଗ୍ରାହୀ,ପଣ୍ଡିତ ଜିତୁ ନନ୍ଦ ଓ ପଣ୍ଡିତ ପ୍ରଭାକର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.