ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା

ମହାକାଳପଡ଼ା – ମହାନଦୀର ପ୍ରଖର ସ୍ରୋତରେ ଏକ ଡଙ୍ଗା ଭାସିଯାଇ ଥିବା ସୂଚନା ମିଳିଛି । ଡଙ୍ଗାଟି ୪ରୁ ୫ କିଲୋମିଟର ଯାଏ ଭାସି ଯାଇଥିବା ଜଣାପଡିଛି । ଡଙ୍ଗାଟିରେ ୩୦ ଜଣ ଯାତ୍ରୀ ରହିଥିଲେ।। ଡଙ୍ଗାଟିକୁ ଉଦ୍ଧାର କରିବା ପାଇଁ ମେରାଇନ ବୋଟ ପଠାଯାଇଥିବା ମହାକାଳପଡ଼ା ବିଡିଓ ସୂଚନା ଦେଇଛନ୍ତି। ଉଛୁଳା ନଦୀରେ ଡ଼ଙ୍ଗାଟିକୁ ଲଙ୍ଗର ପକାଯାଇ ରଖାଯାଇଥିଲା। ପାରାଦ୍ବୀପରୁ ମହାକାଳପଡ଼ା ବାହାକୁଦ ଘାଟକୁ ଆସିବା ସମୟରେ ଡଙ୍ଗା ଭାସି ଯାଇଥିବା କୁହାଯାଉଛି।

Comments are closed.