ବିଏମସିର ନୂଆ ପଦକ୍ଷେପ : କିନ୍ନର ସଂଗଠନ ଟିଜି ସ୍ୱୀକୃତିକୁ ଦିଆଗଲା ଭୁବନେଶ୍ୱରର ଦୁଇ ପ୍ରମୁଖ ପାର୍କିଂ ଲଟ୍

‌ଭୁବନେଶ୍ୱର- ଏକ ନୂଆ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ଅଗ୍ରଣୀ କିନ୍ନର ସଂଗଠନ ଟିଜି ସ୍ୱୀକୃତିକୁ ସହରର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରିଛନ୍ତି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ପାର୍କିଂ ଲଟ୍ ହସ୍ତାନ୍ତର କରିଛନ୍ତି । ସଂପୃକ୍ତ ସଂଗଠନ- ଟିଜି ସ୍ୱୀକୃତିର ଆବେଦନକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ହୋଇଛି । ରାଜମହଲ ଛକରୁ ମ।।ଷ୍ଟର କ୍ୟାଂଟିନ୍ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍ ଷ୍ଟପ୍ ନିକଟରେ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିନ୍ନରମାନଙ୍କୁ ମୁଖ୍ୟସ୍ରୋତାଭିମୁଖୀ କରିବାର ଆଭିମୁଖ୍ୟ ଏବଂ ରହିଥିବା ସୁଯୋଗ ଅନୁଯାୟୀ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାମିଲ କରିବାର ପ୍ରଚେଷ୍ଟା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି । ଏହା ଏକ ରାଜସ୍ୱ ଜନିତ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ନିୟମିତ ତଦାରଖ କରାଯିବ ।

କିନ୍ନର ସଂଗଠନ ଟିଜି ସ୍ୱୀକୃତିକୁ ହସ୍ତାନ୍ତର ହୋଇଥିବା ଦୁଇଟି ପାର୍କିଂ ଲଟ୍ ହେଲା ଶ୍ରୀଲେଦର ସୋରୁମରୁ ଅଶୋକା ମାର୍କେଟ ଓ ମାଷ୍ଟର କ୍ୟାଂଟିନରୁ ଶ୍ରୀୟା ଛକ । ପାର୍କିଂ ଲଟ୍‌ଗୁଡିକ ଦୁଇମାସ ପାଇଁ ପରୀକ୍ଷାମୂଳକ ଭାବେ ହସ୍ତାନ୍ତର କରାଯାଇଥିବା ଡେପୁଟି କମିଶନର (ରାଜସ୍ୱ ) ଶ୍ରୀମନ୍ତ ମିଶ୍ର ।

Comments are closed.