ରାଜ୍ୟରେ ଦିନକରେ ଆଉ ୧୩୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୮୧ ଓ ସ୍ଥାନୀୟ ଅଂଚଳରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ ନୂଆପଡା ଜିଲ୍ଲାରୁ ୧୫ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୯, ସମ୍ବଲପୁରରୁ ୯, ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଦିନକ ପରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇଛି । ଗତକାଲି ମାତ୍ର ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ରାଜ୍ୟରେ ଏ ଯାଏଁ ମୋଟ ୩ ଲକ୍ଷ ୩୪ ହଜାର ୬୬୭ ଜଣ ଲୋକ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ଏଥିମଧ୍ୟରୁ ୩ ଲକ୍ଷ ୩୧ ହଜାର ୪୨୭ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ସକ୍ରିୟ ମାମଲା ୧ ହଜାର ୨୮୧ ରହିଛି ।

Comments are closed.