ସୁନ୍ଦରଗଡରେ ବାରହାକୁ ଧକ୍କା ଦେଇ ଓଲଟିଲା ପିକଅପ୍ ଭ୍ୟାନ, ୧୬ ଶ୍ରମିକ ଆହତ, ୪ ଗୁରୁତର

ସୁନ୍ଦରଗଡ- ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା କନିକା ଜଙ୍ଗଲ ନିକଟରେ ମଧ୍ୟ ଏକ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରହାକୁ ଧକ୍କା ଦେଇ ଭ୍ୟାନଟି ଓଲଟି ପଡିଥିଲା । ଭ୍ୟାନରେ ଥିବା ୧୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁୁରୁତର ରହିଛି । ଗୁରୁତର ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟମାନେ ହେମଗିରି ଡାକ୍ତରଖାନାରେ ଭର୍ତ୍ତିହୋଇଛନ୍ତି । ସଂପୃକ୍ତ ବାରହାର ମୃତ୍ୟୁ ହୋଇଛି ।

Comments are closed.