ଆଜି ନବରାତ୍ରୀର ପଞ୍ଚମ ଦିନ, ସନ୍ତାନ ସୁଖ ପ୍ରାପ୍ତି ପାଇଁ କରନ୍ତୁ ଦେବୀ ସ୍କନ୍ଦମାତାଙ୍କ ପୂଜା

ଭଗବତୀ ମାଁ ଆଦ୍ୟାଚଣ୍ଡିକାଙ୍କ କୃପା ପାଇବା ପାଇଁ ସକଳ ଭକ୍ତଗଣ ପରମପବିତ୍ର ନବରାତ୍ରୀ ବ୍ରତର ପାଳନ କରନ୍ତି, ଏହି ନବରାତ୍ରୀ ବ୍ରତ ସମସ୍ତ ପ୍ରକାରର ବ୍ରତପୂଜା ଓ ଉପାସନା ଠାରୁ ଶ୍ରେଷ୍ଠ ଅଟେ, ଏ ବିଶ୍ବବ୍ରହ୍ମାଣ୍ଡରେ ନବରାତ୍ରୀ ମହାବ୍ରତ ପରି କୌଣସି ବ୍ରତପୂଜା ନାହିଁ, ଏହା ସର୍ବଶ୍ରେଷ୍ଠ ଅଟେ, ଏହି କଥାକୁ ଶ୍ରୀ କୃଷ୍ଣଦ୍ବୈପାୟନ ବେଦବ୍ୟାସ ଶ୍ରୀମଦ୍ ଦେବୀଭାଗବତ ମହାପୁରାଣ ରେ ବର୍ଣ୍ଣନା କରି କହିଛନ୍ତି, ତେବେ ଅନେକ ଭକ୍ତ ନବରାତ୍ରୀ ବ୍ରତ କଲେ ବି ନବରାତ୍ରୀ ମହାବ୍ରତ ବିଷୟରେ ଅଜ୍ଞ ରହିଛନ୍ତି…

ନବରାତ୍ରୀର ପଞ୍ଚମ ଦିନ, ସନ୍ତାନ ସୁଖ ପ୍ରାପ୍ତି ପାଇଁ କରନ୍ତୁ ଦେବୀ ସ୍କନ୍ଦମାତାଙ୍କ ପୂଜା। ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନରେ ମାଁ ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ।ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟ ନାମ ସ୍କନ୍ଦ।

ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁର ନାମରେ ଏକ ରାକ୍ଷସ ଥିଲା। ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ ଦ୍ୱାରା ସମ୍ଭବ ଥିଲା। ଏହା ଜାଣିବା ପରେ ମାଁ ପାର୍ବତୀ ପୁତ୍ର କାର୍ତ୍ତିକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିଣ ଦେବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକାସୁରର ବଦ୍ଧ କରିଥିଲେ।

ଦେବୀ ଦୁର୍ଗାଙ୍କ ପଞ୍ଚମ ଅବତାରକୁ ସ୍କନ୍ଦମାତା କୁହାଯାଇଥାଏ। ଭଗବାନ ସ୍କନ୍ଦ ବାଲ୍ୟ ରୂପେ ମାତା ସ୍କନ୍ଦଙ୍କ କୋଳରେ ବିରାଜିତ ହୋଇଛନ୍ତି। ମାତାଙ୍କ ଏହି ଦିନ ସାଧକଙ୍କ ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୋଇଥାଏ। ସ୍କନ୍ଦମାତାଙ୍କୁ ବିଦ୍ୟବାସିନୀ ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ସ୍କନ୍ଦଙ୍କୁ କୁମାର କାର୍ତ୍ତିକେୟ କୁହାଯାଇଥାଏ। ଥରେ ଇନ୍ଦ୍ର କାର୍ତ୍ତିକଙ୍କୁ ଉପହାସ କରିବା ସହ କହିଥିଲେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁ। ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖିତ ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜ ମାନ କରି ପ୍ରକଟହୋଇ ନିଜ କୋଳରେ କାର୍ତ୍ତକଙ୍କୁ ଉଠାଇ ନେଇଥିଲେ।

ସନ୍ତାନ ସୁଖ ଏବଂ ନିରୋଗୀ ହେବା ପାଇଁ କରନ୍ତୁ ମାଁଙ୍କ ପୂଜା। ମାଁ ସ୍କନ୍ଦମାତାଙ୍କ ସାଧନା କେବଳ ସନ୍ତାନ ସୁଖ ନୁହେଁ ବରଂ ରୋଗରୁ ମୁକ୍ତି ହେବା ପାଇଁ ମଧ୍ୟ ପୂଜା କରାଯାଇଥାଏ। ଏହି କାରଣରୁ ଯେଉଁ ମହିଳାମାନେ ସନ୍ତାନ ସୁଖରୁ ବଞ୍ଚିତ ଅଟନ୍ତି ସେମାନେ ନବରାତ୍ରୀ ସମୟରେ ମାଁ ସ୍କନ୍ଦମାତାଙ୍କ ପୂଜା କରିବା ସହ ମାଁଙ୍କୁ ନାଲି ରଙ୍ଗର ବସ୍ତ୍ର, ସୁହାଗ(ସିନ୍ଦୁର), ନାଲି ଚୁଡି, ମହାସ୍ୱର, ନାଲି ବିନ୍ଦି, ସେଓ ଏବଂ ନାଲି ଫୁଲ ଏବଂ ଚାଉଳ ବାନ୍ଧି ମାଁଙ୍କ କୋଳରେ ରଖନ୍ତୁ। ଏପରି କରିବା ଦ୍ୱାରା ନିଶ୍ଚୟ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।

Comments are closed.