ଦେଶର ୫ଟି ଅଗ୍ରଣୀ ସ୍ପୋର୍ଟସ ସିଟି ମଧ୍ୟରେ ତୃତୀୟ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର- ଦେଶର ୫ଟି ଅଗ୍ରଣୀ କ୍ରୀଡା ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଛି । ଏହି ତାଲିକାରେ ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି । ଗ୍ରାଂଟ୍ ଥ୍ରଂଟନ ଭାରତ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ପ୍ରମୁଖ କ୍ରୀଡା ପ୍ରତିଯୋଗିତା ଆୟୋଜନର ଅଧିକାର ଓ ଉନ୍ନତ ଗମନାଗମନ ଦୃଷ୍ଟିରୁ ଭୁବନେଶ୍ୱର ସାରାଦେଶରେ ଏକ ଅଗ୍ରଣୀ ସ୍ପୋର୍ଟସ ସିଟି ଭାବେ ତୃତୀୟ ସ୍ଥାନରେ ରହିଛି ।

ଭୁବନେଶ୍ୱର ପାଇଁ ଏହା ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ତାଲିକାରେ ମୁମ୍ବାଇ ପ୍ରଥମ ସ୍ଥାନରେ ଥିବା ବେଳେ ଦିଲ୍ଲୀ ଦ୍ୱିତୀୟ, ଭୁବନେଶ୍ୱର ତୃତୀୟ , ବେଙ୍ଗଳୁରୁ ଚତୁର୍ଥ ଓ ଅହମ୍ମଦାବାଦ ପଂଚମ ସ୍ଥାନରେ ରହିଛି ।

Comments are closed.