ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିଵସରେ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଅଗ୍ରସେନ ଭବନ ଠାରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ଅବସରରେ ପାଳନ କରାଯାଇଛି । ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।

ଶିବିରରେ ୧୦୧ ଜଣ ନବୀନ ପ୍ରେମୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ସୋହେଲା ବ୍ଲକ ଅଧ୍ୟକ୍ଷା ବବି ପଧାନ,ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ବରିଷ୍ଠ ନେତା ଗଣତନ୍ତ୍ର ପଧାନ, କାର୍ତ୍ତିକ ବାରିକ, ଦୟାନିଧି ପଟେଲ,ରବି ଭୋଇ, ସୁବ୍ରତ ବେହେରା, ଜିବର୍ଦ୍ଧନ ବରିହା, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ମାର୍କଣ୍ଡ ସା,ପ୍ରଫୁଲ୍ଲ ପଧାନ,ରାଜେଶ ଅଗ୍ରୱାଲ, କୁଳମଣୀ ଦେୱାନ, ଜନାର୍ଦାନ ପାଣିଗ୍ରାହୀ,ନିଲୁ ଝଙ୍କାର ଓ ଅଶ୍ଵିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ କେକ୍ କାଟି ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ନିରାମୟ ଜୀବନ କାମନା କରିଥିଲେ ।

Comments are closed.