ପାକିସ୍ତାନକୁ ଏଫ୍ଏଟିଏଫ୍ ‘ଗ୍ରେ ଲିଷ୍ଟ’ରୁ ହଟାଇବା ନେଇ ବିଶ୍ବକୁ ସତର୍କ କଲା ଭାରତ

ନୂଆଦିଲ୍ଲୀ: ଆତଙ୍କବାଦୀ ପାଣ୍ଠି ଏବଂ ଅର୍ଥ ହେରଫେର ନିୟନ୍ତ୍ରଣ ଉପରେ ନଜର ରଖୁଥିବା ଗ୍ଲୋବାଲ ୱାଚଡଗ୍ ଏଫ୍ଏଟିଏଫ୍ ପାକିସ୍ତାନକୁ “ଗ୍ରେ ଲିଷ୍ଟ” ହଟାଇ ଦେଇଛି। ଏ ସମ୍ପର୍କରେ ଭାରତ ଏକ ବିବୃତ୍ତି ଜାରି କରି ଆତଙ୍କବାଦ ବିରୋଧରେ ପାକିସ୍ତାନର‌ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିବାକୁ ବିଶ୍ବକୁ ଚେତାଇଛି । ଗ୍ରେ ଲିଷ୍ଟରୁ ହଟିଥିଲେ ମଧ୍ୟ ଆତଙ୍କବାଦ ଏବଂ ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ପାଣ୍ଠି ବନ୍ଦ କରିବା ପାଇଁ ପାକିସ୍ତାନ ନିଜର କାର୍ଯ୍ୟ ଜାରି ରଖିବ ବୋଲି ବିଶ୍ୱ ସମୁଦାୟ ସ୍ପଷ୍ଟ କରିବା ଉଚିତ ବୋଲି ଭାରତ କହିଛି।

ଏଫ୍ଏଟିଏଫ୍ ଯୋଗୁଁ ପାକିସ୍ତାନ କିଛି କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ ୨୬/୧୧ ମୁମ୍ବାଇ ଆକ୍ରମଣର ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଏଫ୍ଏଟିଏଫ୍ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ ଅର୍ଥ ହେରଫେର, ଆର୍ଥିକ ଆତଙ୍କବାଦ ବିରୋଧରେ ପାକିସ୍ତାନର ଉଲ୍ଲେଖନୀୟ ଅଗ୍ରଗତିକୁ ସ୍ୱାଗତ କରାଯାଇଛି।

୨୦-୨୧ ଅକ୍ଟୋବରରେ ପ୍ୟାରିସରେ ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଏଫ୍ଏଟିଏଫ୍ ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ହଟାଇବାକୁ ନିଷ୍ପତ୍ତି ନେଇଛି

Comments are closed.