ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଜା ଚାର୍ଲ୍ସ

ଲଣ୍ଡନ: ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟ ନବନିର୍ବାଚିତ କଞ୍ଜର୍ଭେଟିଭ୍ ପାର୍ଟି ନେତା ଋଷି ସୁନକଙ୍କୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ରାଜା ଚାର୍ଲ୍ସ ସୁନକଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି ।

ଏହି ନିମନ୍ତ୍ରଣ ପରେ ଋଷି ସୁନାକ ଔପଚାରିକ ଭାବେ ବ୍ରିଟେନର ୫୭ ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ହେବାରେ ସେ ହେଉଛନ୍ତି ତୃତୀୟ ବ୍ୟକ୍ତି। ୪୨ ବର୍ଷୀୟ ଋଷି ସୁନାକ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । ଏହାଛଡା ସେ ଗତ ୨୦୦ ବର୍ଷରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ।

ଋଷି ସୁନାକ୍ ମଙ୍ଗଳବାର ବକିଙ୍ଗହମ୍ ପ୍ୟାଲେସର ରୁମ୍ ନମ୍ବର ୧୮୪୪ ରେ ରାଜା ଚାର୍ଲ୍ସଙ୍କୁ ଭେଟିଥିଲେ । ଏହି ଅବସରରେ ରାଜା ଚାର୍ଲ୍ସ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ ।

ଋଷି ସୁନାକ୍ ହେଉଛନ୍ତି ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ ।

Comments are closed.