ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତ ବଢିବା ସମ୍ଭାବନା

ଭୁବନେଶ୍ବର – ଆସନ୍ତା ସପ୍ତାହରୁ ରାଜ୍ୟରେ ବଢିବ ଶୀତ । ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ କେତେକ ସ୍ଥାନରେ କୁହୁଡ଼ି ହେବା ସମ୍ଭାବନା ରହିଛି। ପାଗ ଶୁଖିଲା ରହିବା ସହ ସର୍ବନିମ୍ନ ତାପମାତ୍ରାରେ ସେ‌ତେଟା ପରିବର୍ତ୍ତନ ହେବ ନାହିଁ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ .ଆର ବିଶ୍ବାସଙ୍କ କହିବାନୁଯାୟୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୨ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରାରେ ସେ‌ତେଟା ପରିବର୍ତନ ହେବ ନାହିଁ। କିନ୍ତୁ ୧୨ ତାରିଖ ପରେ ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଗତ ୨୪ ଘଣ୍ଟା ମଧ୍ୟରେ ସେମିଳିଗୁଡ଼ା ହିଲ୍‌ ଷ୍ଟେସନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏହାବ୍ୟତୀତ ବୌଦ୍ଧରେ ରାତି ତାପମାତ୍ରା ୧୪ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ ୧୪.୫, ଫୁଲବାଣୀରେ ୧୫.୫, କେନ୍ଦୁଝରଗଡ଼ରେ ୧୬, ଭବାନୀପାଟଣାରେ ୧୬.୨ ଡିଗ୍ରୀ ରେକର୍ଡ କରାଯାଇଛି ।

Comments are closed.