ପଛିମ୍ ଉଡିଶା କେ ନବୀନକଁର୍ ଖାସ୍ ନଜର୍

କରୋନା ମୁକାବିଲା ଲାଗିଁ ୫ ଜିଲାକେ ପଠାଲେ ୧୭ ଅଫିସର୍

ସମ୍ବଲପୁର: ପଛିମ୍ ଉଡିଶା ଲାଗିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେର୍ ଘାଏ ତାକର୍ ଦରଦ୍ ଦେଖେଇଛନ୍ । ଇ ଫାଲେଁ ଇହାଦେ କରୋନା ବେମାର୍ କେତନି କେତେ ଫଏଲିଲା ବେଲକେ ସରକାର୍ ଇତାର୍ ମୁକାବିଲା ଲାଗିଁ ଫେର୍ ସବୁ ବଫୁ କଷି ଦେଲେନ । ଦିନକୁ ଦିନ୍ ନୂଆଁ ନୂଆଁ ଡାକ୍ତରଖାନା ଖୁଲୁଛନ୍ । ବୁର୍ଲା ଥିଁ ୫୨୫ ବେଡ୍ ର କୋଭିଡ ଡାକ୍ତରଖାନା ଲାଗି ଜୋରସୋରରେ କାମ୍ ଚାଲିଛେ । ଜିଲା ସଦର୍ ଡାକ୍ତରଖାନା ଥିଁ ଫେର୍ ୨୨୦ ବେଡ୍ କୋଭିଡ୍ ହସପିଟାଲ ଆଜି ଖୁଲବାର୍ କେ ଯାଉଛେ ।

ଏନତା ବେଲା ଥିଁ ପଛିମ୍ ଉଡିଶାର୍ ୫ଟା ଜିଲାକେ କରୋନା ମୁକାବିଲା ଲାଗିଁ ୧୭ଟା ଅଫିସରଙ୍କୁୁ ମୁଖ୍ୟମନ୍ତ୍ରୀ ପଠେଇଛନ୍ ।
ନୂଆପଡା, ବଲାଙ୍ଗିର, ବରଗଡ, ସମ୍ବଲପୁର ଆର୍ ସୁନ୍ଦରଗଡ ଜିଲ୍ଲାକେ ଓଏଏସ ଅଧିକାରୀ ମାନେ ଆସିକରି ଇନେ କୋଭିଡ୍ ମୁକାବିଲା କଥା ବୁଝବେ ବଲିଁ ଗଲା କାଏଲ୍ ମୁଖ୍ୟମନ୍ତ୍ରୀ ଅର୍ଡର୍ କରିଛନ୍ । ନୂଆପଡାକୁ ୫, ବଲାଙ୍ଗିରକୁ ୩, ବରଗଡକୁ ୩, ସମ୍ବଲପୁରକୁ ୨ ଓ ସୁନ୍ଦରଗଡକୁ ୪ ଓଏଏସ ଅଧିକାରୀ ଯିବେ ବଲିଁ ଜଣାପଡିଛେ । ଫେର୍ ଘାଏ ଅର୍ଡର୍ ନେ ହେବାର୍ ତକ୍ ଇ ଅଫିସରମାନେ ସେ ଜିଲାମାନକେ ରହେବେ ।

ରୋଗୀମାନକଁର୍ ସୁହିଧା ଜହ ହେବାର୍ ସାଂଗେ ଶବ ସତ୍କାର କଥା ତକ୍ ଇ ଅଫିସରମାନେ ସବୁ ହାନି ଲାଭ ବୁଝବେ ବଲିଁ ଜନା ପଡିଛେ ।

Comments are closed.