ଗଞ୍ଜାମ: ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ୨ ଗିରଫ, ୩୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପୁଲିସ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ୧୦୦ରୁ ଅଧିକ ମୋବାଇଲ୍, ଲାପଟପ୍ ଓ ଅନ୍ୟ ସାମଗ୍ରୀ ସହିତ ଚୋରିରେ ବ୍ୟବହାର କରାଯାଉଥିବା ଅଟୋ ଏବଂ ବାଇକ୍ ଜବତ କରିଛି ପୁଲିସ।

ଶେରଗଡ଼ସ୍ଥିତ ପାଣିଗ୍ରାହୀ ଏସୋସିଏଟରୁ ଗତ ୫ ତାରିଖ ରାତ୍ରରେ ଲକ୍ଷ ଲକ୍ଷ ଟଙ୍କାର ମୋବାଇଲ୍, ଲାପଟପ୍ ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଉକ୍ତ ଘଟଣାର ତଦନ୍ତ କରୁଥିବା ବେଳେ ପୁଲିସ ଏହି ଲୁଟେରା ଗ୍ୟାଙ୍ଗର ସନ୍ଧାନ ପାଇ ଚଢ଼ଉ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଆଉ ଦୁଇ ଜଣ ଫେରାର ଥିବା ବୁଧବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ପୁଲିସ ଜିଲ୍ଲା ଏଏସପି ପି.କେ.ଦଳାଇ ସୂଚନା ଦେଇଛନ୍ତି। ଏହି ଆନ୍ତଃଜିଲ୍ଲା ଗ୍ୟାଙ୍ଗ୍ ସଦସ୍ୟଙ୍କ ବିରୋଧରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି।

Comments are closed.