ଚର୍ଚ୍ଚାରେ ମନ୍ତ୍ରୀଙ୍କ ବଦାନ୍ୟତା, କୋଭିଡ ରୋଗୀଙ୍କ ପାଇଁ ସାଜିଲେ ଆମ୍ବୁଲାନ୍ସ ଡ୍ରାଇଭର

ବରଗଡ: ବିଭିନ୍ନ ସମୟରେ ଅସହାୟଙ୍କ ସେବା କରି ଚର୍ଚ୍ଚାରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଲୋକେ କରୋନା ରୋଗୀଙ୍କୁ ଦେଖିଲେ ଦୂରରୁ ମୁହଁ ମୋଡୁଥିବା ବେଳେ ମନ୍ତ୍ରୀ ଶ୍ରୀ ସିଂ ଜଣେ କରୋନା ରୋଗୀ ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ସାଜିବା ଆଲୋଚନାର ବିଷୟ ହୋଇଛି ।

୩ଦିନ ତଳେ ସୋହେଲା ବ୍ଲକ ତବଡା ଗାଁରେ ଜଣେ ରୋଗୀ କରୋନାରେ ଆକ୍ରାନ୍ତ ହୋଇ ଘରେ ଗୁରୁତର ହୋଇଥିବା ନେଇ ସୂଚନା ପାଇଥିଲେ ଶ୍ରୀ ସିଂ । କିଛିଦିନ ତଳେ ସେ ପ୍ରଦାନ କରିଥିବା ଆମ୍ବୁଲାନ୍ସ ଚଲାଇ ତବଡା ଗାଁରେ ପହଞ୍ଚିଥିଲେ । ଆଉ ଉକ୍ତ ରୋଗୀକୁ ଆଣି ସୋହେଲା ଡାକ୍ତରଖାନାରେ ଭର୍ତି କରିଥିଲେ । ଆଉ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ନିର୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏଭଳି କାମକୁ ଦେଖି ଲୋକେ ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ କରୋନା ରୋଗୀଙ୍କ ସେବା ପାଇଁ ଏକ ଆମ୍ବୁଲାନ୍ସ ସହ ଗୁରୁତର ରୋଗୀଙ୍କ ସକାଶେ ୧୫ଟି ଅକ୍ସିଜେନ୍ ସିଲିଣ୍ଡର ସେବାର ଶୁଭାରମ୍ଭ କରିଥିଲେ । ଏହା ପୂର୍ବରୁ ଛତିଶଗଡ ସୀମାନ୍ତ ଲୁହୁରାଚଟିରେ ପ୍ରବାସୀଙ୍କୁ ଖାଇବା ପିଇବା ବ୍ୟବସ୍ଥା କରି ପ୍ରଶଂସା ଗୋଟାଇଥିଲେ ।

Comments are closed.