ରାଜ୍ୟ ଦୈନିକ କୋରୋନା ସଂକ୍ରମଣ : ୧୧୪୯୮ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିିକ ୧୪୯୭ ଓ ଗଜପତିରୁ ସର୍ବନିମ୍ନ ୮୬

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୧ ହଜାରରୁ ତଳକୁ ଖସୁନି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୧ ହଜାର ୪୯୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୪୩୯ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୪୯୭, କଟକରୁ ୧ ହଜାର ୧୦୭, ଅନୁଗୁଳରୁ ୮୬୭, ସୁନ୍ଦରଗଡରୁ ୭୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫୩୮, ବାଲେଶ୍ୱରରୁ ୫୨୪, ପୁରୀରୁ ୪୨୪, ବରଗଡରୁ ୩୯୫, ସମ୍ବଲପୁରରୁ ୩୯୩, ନୟାଗଡରୁ ୩୮୨, ଯାଜପୁରରୁ ୩୭୮, ନବରଙ୍ଗପୁରରୁ ୩୪୬, ଜଗତସିଂହପୁରରୁ ୩୨୫, ବୈାଦ୍ଧରୁ ୩୧୩ ଓ ବଲାଙ୍ଗୀରରୁ ୨୯୪ ଚିହ୍ନଟ ହୋଇଛନ୍ତି ।
ଅନ୍ୟଜିଲ୍ଲାମାନଙ୍କ ମଧ୍ୟରେ କୋରାପୁଟରୁ ୨୬୬, ଢେଙ୍କାନାଳରୁ ୨୫୧, ଝାରସୁଗୁଡାରୁ ୨୪୭, ରାୟଗଡାରୁ ୨୩୩, ଗଞ୍ଜାମରୁ ୨୨୮, ସୋନପୁରରୁ ୨୨୭, କଳାହାଣ୍ଡିରୁ ୨୦୫, କେନ୍ଦ୍ରାପଡାରୁ ୨୦୪, କେନ୍ଦୁଝରରୁ ୧୯୩, ନୂଆପଡାରୁ ୧୫୨, ଭଦ୍ରକରୁ ୧୩୪, ଦେବଗଡରୁ ୧୧୪, ମାଲକାନଗିରିରୁ ୧୧୦, କନ୍ଧମାଳରୁ ୧୦୧, ଗଜପତିରୁ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୪୬ ହଜାର ୬୩୧ । ୧ ଲକ୍ଷ ୬ ହଜାର ୮୧୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.