କରୋନା ସଙ୍କଟ: କ୍ରମାଗତ ତୃତୀୟ ଦିନ ବଢ଼ିଲା ସଂକ୍ରମଣ, ଆଉ ୨.୭୬ ଲକ୍ଷ ମାମଲା, ୩୮୭୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସ୍ଥିରତା ରହୁନାହିଁ। କ୍ରମାଗତ ତୃତୀୟ ଦିନ ପାଇଁ ନୂଆ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୬,୧୧୦ ନୂଆ କରୋନା ମାମଲା ଆସିଛି ଏବଂ ୩୮୭୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏଥି ସହିତ କରୋନାରୁ ୩,୬୯,୦୭୭ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି।

ଏହାପୂର୍ବରୁ ମଙ୍ଗଳବାର ୨.୬୭ ଲକ୍ଷ ମାମଲା ରେକର୍ଡ ହୋଇଥିବାବେଳେ ସୋମବାର ଏହି ସଂଖ୍ୟା ଥିଲା ୨.୬୩ ଲକ୍ଷ ।

ଦେଶରେ ଏବେ ମୋଟ କରୋନା ମାମଲା ୨ କୋଟି ୫୭ ଲକ୍ଷ ୭୨ ହଜାର ୪୪୦ରେ ପହଞ୍ଚିଛି । ଏଯାବତ ୨ ଲକ୍ଷ ୮୭ ହଜାର ୧୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ
୨ କୋଟି ୨୩ ଲକ୍ଷ ୫୫ ହଜାର ୪୪୦ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ମୋଟ ସକ୍ରିୟ ମାମଲା ୩୧ ଲକ୍ଷ ୨୯ ହଜାର ୮୭୮ ରହିଛି ।

Comments are closed.