ଶ୍ରୀମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବ ପାଳିତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ ଉତ୍ସବ। ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ର ରେ ଥିବା ପଞ୍ଚ ମହାଦେବ ଙ୍କ ଯଥାବିଧି ଶିବ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ଶ୍ରୀ ଜମ୍ବେଶ୍ଵର ,ଶ୍ରୀ ଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠ ଶ୍ୱର ମହାଦେବ ମନ୍ଦିର। ମଧ୍ୟ ରାତ୍ରରେ ବିବାହ ଶେଷ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିମନ୍ତ୍ରଣ ପାଇ ପଟୁଆରରେ ପଞ୍ଚ ମହାଦେବ ଶ୍ରୀମନ୍ଦିର ରେ ବିଜେ କରିଥିଲେ। ଶ୍ରୀଜୀଉ ଙ୍କ ବଡ଼ସିଂହାର ଭୋଗ ପରେ ଜଗମୋହନ ରେ ପଞ୍ଚ ମହାଦେବ ଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଏହାପରେ ଖଟଶେଯ ଘରୁ ଶ୍ରୀଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ପଞ୍ଚ ମହାଦେବ ଙ୍କ ସହ ଲକ୍ଷ୍ମୀଙ୍କ ଜଗମୋହନ ରେ ବିଜେ କରିଥିଲେ। ଏଠାରେ ଏଗାରପନ୍ତି ଶୀତଳ ଭୋଗ ଓ ବନ୍ଦାପନା ଏକତ୍ର କରାଯାଇଥିଲା। ଅପରାହ୍ନ ରେ ଦେବ ଦମ୍ପତି ଗୁଆଳି ବୁଲିବାକୁ ବାହାରିବେ।

ଶୀତଳଷଷ୍ଠୀ ଅଵସର ରେ ଶ୍ରୀ ମନ୍ଦିରରେ ତୃତୀୟ ଜଳକ୍ରୀଡ଼ା ନୀତି ସମ୍ପର୍ଣ୍ଣ ହୋଇଛି। ଶ୍ରୀଜୀଉ ଙ୍କ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ ଓ ଶ୍ରୀଦେବୀ ରୋହିଣୀ କୁଣ୍ଡ ନିକଟ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା କରିଥିଲେ। ଏହାପରେ ଶୀତଳ ଭୋଗ ଓ ବନ୍ଦାପନା ସାରି ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ଓ ଶ୍ରୀଦେବୀ ରତ୍ନ ସିଂହାସନ କୁ ବାହୁଡା ଯାତ୍ରା କରିଥିଲେ। ପରେ ଶ୍ରୀ ଜୀଉ ଙ୍କ ଦୈନନ୍ଦିନ ନୀତି ବଢିଥିଲା।

Comments are closed.