ରାଜ୍ୟରେ ଆହୁରି ଖସିଲା ଦୈନିକ କୋରୋନା ସଂକ୍ରମଣ, ୩ ହଜାର ୩୧ ନୂଆ ଆକ୍ରାନ୍ତ, ରେଡ୍ ଜୋନ ଜିଲ୍ଲାରେ ଉଲ୍ଲେଖନୀୟ ହ୍ରାସ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୩୧ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୭୩୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧, କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୨୬, ପୁରୀରୁ ୧୮୦ ଓ ମୟୂରଭଞ୍ଜରୁ ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୟାଗଡରୁ ୧୪୦, ଭଦ୍ରକରୁ ୧୩୫, ଅନୁଗୁଳରୁ ୧୨୧, କେନ୍ଦ୍ରାପଡାରୁ ୧୧୮, ଜଗତସିଂହପୁରରୁ ୧୦୭, ଢେଙ୍କାନାଳରୁ ୯୦, ସୁନ୍ଦରଗଡରୁ ୮୦, କେନ୍ଦୁଝରରୁ ୬୮, କୋରାପୁଟରୁ ୬୮, ନବରଙ୍ଗପୁରରୁ ୬୩, ରାୟଗଡାରୁ ୪୪, ମାଲକାନଗିରିରୁ ୪୩, ବୌଦ୍ଧରୁ ୪୦, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୩୮, ସମ୍ବଲପୁରରୁ ୩୦, ବଲାଙ୍ଗିରରୁ ୩୦, ଗଞ୍ଜାମରୁ ୨୬, ଗଜପତିରୁ ୨୫, ସୋନପୁରରୁ ୨୨, ନୂଆପଡାରୁ ୨୦, ଝାରସୁଗୁଡାରୁ ୧୭ ଓ ଦେବଗଡରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ମୋଟ ୮ ଲକ୍ଷ ୮୦ ହଜାର ୫୩୩ ପଜିଟିଭ ଚିହ୍ନଟ ହୋଇସାରିଲେଣି । ଏଥିରୁ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୦ ହଜାର ୨୧୪ ଆକ୍ରାନ୍ତ । ୩୬ ହଜାର ୬୬୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.