ବେଦାନ୍ତ ଟ୍ୟାଙ୍କର ଧକ୍କା: ବାଇକ ଚାଳକ ମୃତ

ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ଟିଙ୍ଗିପାଲି କେନାଲଛକ ୨୬ନମ୍ବର ଜାତୀୟ ରାଜପଥରେ ଏକ ବେଦାନ୍ତ ଟ୍ୟାଙ୍କର ଧକ୍କାରେ ୪୦ ବର୍ଷିୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମଙ୍ଗଳବାର ପୁର୍ବାହ୍ନରେ ବାଞ୍ଜିପାଲିର ବସୁଦେବ ପ୍ରଧାନ ନିଜ ଓଡି୧୭ଇ ୩୩୮୦ ନମ୍ବର ବାଇକରେ ଘରୋଇ କାମରେ ଟିଙ୍ଗିପାଲି ଯାଉଥିବା ବେଳେ ମମ୍ମୁଖ ପଟରୁ ଆସୁଥିବା ଓଡି୧୫ଭି ୧୮୫୪ ନମ୍ବର ଏକ ୧୬ଚକିଆ ଭାରି ଯାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହି ବସୁଦେବଙ୍କ ଦେହାନ୍ତ ଘଟିଥିଲା । ଦୁର୍ଘଟଣା ପରେ ଟ୍ୟାଙ୍କର ଘଟଣାସ୍ଥଳ କିଛିଦୂରକୁ ଆଗକୁ ଚାଲିଆସି ଚାଳକ ଅନ୍ଯତ୍ର ଫେରାର ହୋଇ ଯାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଛାନଭିନ ଆରମ୍ଭ କରିଥିଲା ।

Comments are closed.