ଅନ୍ଧାରରେ ପାକିସ୍ତାନ, ଦେଶର ବହୁ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଲୋକଙ୍କୁ ସୋମବାର ଲାଗିଛି ଆଉ ଏକ ବଡ଼ ଝଟକା । ଦେଶର ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଛି । କ୍ୱେଟା, ଲାହୋର, କରାଚି ସମେତ ଦେଶର ବହୁ ସହରରେ ଅନ୍ଧାର ଛାଇ ଯାଇଛି ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରଣାଳୟ କହିଛି ଯେ ନ୍ୟାସନାଲ ଗ୍ରୀଡ୍ର ସିଷ୍ଟମର ଫ୍ରିକ୍ୱେନ୍ସି ପ୍ରେସର କମ୍ ହୋଇଯିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୱେଟା, ଲାହୋର, କରାଚି ସମେତ ଦେଶର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି । ବିଦ୍ୟୁତ୍ ସେବା ସ୍ବାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି | ଦେଶର‌ ଏକ ପ୍ରମୁଖ ସହର କରାଚିରେ ମଧ୍ୟ ସମ୍ପ୍ରତି ୯୦ ପ୍ରତିଶତ ଅଞ୍ଚଳ ଅନ୍ଧାରରେ ଥିବା ଜଣାପଡ଼ିଛି ।

Comments are closed.