ଟ୍ରାକ୍ଟରକୁ ଧକ୍କା ଦେଲା ଅଟୋ, ୩ ମହିଳା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ରାଜପଥ ନିକଟ ଚନ୍ଦ୍ରକଳ୍ପେଶ୍ବର ମନ୍ଦିର ପାଖରେ ଅଟୋ ସହ ଟ୍ରାକ୍ଟର୍ ଧକ୍କା। ରବିବାର ଭୋରରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ ୩ ଜଣ ମହିଳା ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଡ୍ରାଇଭର ସମେତ ଅନ୍ୟ ଆହତ ମତ୍ସ୍ୟଜୀବୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏକ ଇଟା ବୋଝେଇ ଟ୍ରାକ୍ଟର୍ (ଓଡି୦୭ଏଚ-୫୩୫୬) ପଛପଟକୁ ଏକ ଅଟୋ (ଓଡି୦୭ଏଫ-୪୨୫୩) ଧକ୍କା ଦେଇଥିଲା। ୧୦ରୁ ଊର୍ଦ୍ଧ୍ବ ମହିଳା ମତ୍ସ୍ୟଜୀବୀ ଭୋର ପ୍ରାୟ ୪ଟା ବେଳେ ମାଛ ବିକିବା ପାଇଁ ସୁରଳରୁ ଅଟୋ ଯୋଗେ ବ୍ରହ୍ମପୁର କମାପଲ୍ଲୀ ଛକ ବଜାରକୁ ଆସୁଥିଲେ। ତେବେ ହଳଦିଆପଦର ଠାରେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ
ହୋଇଥିଲା।

Comments are closed.