ନବ ଦାସଙ୍କ ଦ୍ୱାଦଶାହରେ ଆୟୋଜିତ ସ୍ମୃତି ସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା – ନବ ଦାସଙ୍କ ଦ୍ୱାଦଶାହରେ ଆୟୋଜିତ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଝାରସୁଗୁଡ଼ା ସରବାହାଲଠାରେ ହେଉଥିବା ସ୍ମୃତିସଭାରେ ପହଞ୍ଚି ସ୍ୱର୍ଗତ ମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବଙ୍କ ପତ୍ନୀ, ପୁଅ, ଝିଅଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି। ସ୍ମୃତି ସଭାରେ ବିଜେଡିର ନେତା ଓ ମନ୍ତ୍ରୀ ସାମିଲ ହୋଇଛନ୍ତି। ବହୁସଂଖ୍ୟାରେ ଲୋକେ ଏହି ସଭାରେ ଯୋଗ ଦେଇ ନବ ଦାସଙ୍କ ସ୍ମୃତି ଚାରଣ କରିଛନ୍ତି।

Comments are closed.