“ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ”

ଯାଜପୁର – “ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ” । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ ଏପରି କହିଛନ୍ତି ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସୁମନ୍ତ କୁମାର ସାହୁ । ସୁମନ୍ତ କହନ୍ତି ଯେ, ତାଙ୍କର ର ଛୋଟ ଚାଷ ବନ୍ଦି ପରିବାର । ସିଂଘପୁର ହାଟରେ ଛୋଟ ଜଳଖିଆ ଦୋକାନ କରି ବାପା ଓ ସେ ଘର ଚଳାଉଥିଲେ ।

ମା’ ସ୍ନେହଲତା ସାହୁ (୫୨) ଙ୍କୁ ଲଗାତର ଜ୍ୱର ହେଉଥିଲା । ଗୋଡ଼ ଭୀଷଣ ବିନ୍ଧୁଥିଲା । ସେ ସବୁବେଳେ ଅଥୟ ହେଉଥିଲେ । ବିଭିନ୍ନ ପ୍ରାଥମିକ ପରୀକ୍ଷାରୁ ଜଣା ପଡ଼ିଲା ମା’ଙ୍କର ହିମଗ୍ଲୋବିନ୍ କମୁଛି । ପ୍ଲେଟଲେଟ୍ ମଧ୍ୟ କମୁଛି । ତା’ ପରେ ମେଡ଼ିସିନ୍ ସ୍ପେସାଲିଷ୍ଟଙ୍କୁ ଦେଖେଇଥିଲେ । । ବିଭିନ୍ନ ପରୀକ୍ଷାରୁ ଜଣା ପଡ଼ିଲା ଯେ ମା’ଙ୍କର ବ୍ଲଡ୍ କ୍ୟାନସର ହୋଇଛି । ଏଥିରେ ବ୍ୟଥିତ ହୋଇ ବାପାଙ୍କ ହାର୍ଟ-ଷ୍ଟ୍ରୋକରେ ୨୦୨୧ ମସିହା ଜାନୁଆରୀ ୧୭ ତାରିଖରେ ମୃତ୍ୟୁ ହୋଇଥିଲା। ସୁମନ୍ତଙ୍କ ଭାଇଭଉଣୀ ତିନିଜଣ । ସେ ବଡ । ପାଠ ପଢିବା ସହ ବାପାଙ୍କ ସାଙ୍ଗରେ କାମ କରୁଥିଲେ । କ’ଣ କରିବୁ ବୁଦ୍ଧି ଦେଖାଗଲାନି । ଏତିକିବେଳେ ବି.ଏସ୍.କେ.ୱାଇ. କାର୍ଡ଼ ତାଙ୍କୁ ସାହସ ଦେଲା । ଗାଁ ଲୋକଙ୍କୁ ପଚରା ପଚରି କରି ମା’ଙ୍କ ଚିକିତ୍ସା କଥା ବୁଝିଲେ ଓ ତାଙ୍କୁ ନେଇ ସମ୍ ହସ୍ପିଟାଲ ଗଲେ ସୁମନ୍ତ । ଗୋଟେ କାଉଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲେଖାଯାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଥାଇ ବି.ଏସ୍.କେ.ୱାଇ. କାର୍ଡ଼ର ଏକ ଛବି ସେହି କାଉଣ୍ଟରରେ ମରାଯାଇଥିଲା । ସେହି କାଉଣ୍ଟର ପାଖରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାଯ୍ୟ କଲେ । ବି.ଏସ୍.କେ.ୱାଇ. କାର୍ଡ଼ରେ ମାଆଙ୍କ ଆଡ଼ମିଶନ୍ ହେଲା ।

ହେମାଟୋଲୋଜୀ ବିଭାଗର ପ୍ରଫେସର ମାଡ଼ାମ୍ ପ୍ରିୟଙ୍କା ସାମଲ ସୁମନ୍ତଙ୍କ ମା’ ଙ୍କୁ ଦେଖିଲେ । ପରୀକ୍ଷା ନିରୀକ୍ଷା କରୀ ଚିକିତ୍ସା କଲେ । କେମୋ ଥେରାପି ଓ ଔଷଧ ଆଦି ମାଗଣାରେ ଦେଲେ । ପୁଣି ମା’ ଙ୍କ ଅବସ୍ଥା ପରୀକ୍ଷା କରି ବୋନମାରୋ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ । ସେତେବେଳକୁ ବି.ଏସ୍.କେ.ୱାଇ. କାର୍ଡ଼ ର ୫ ଲକ୍ଷ ଟଙ୍କା ପ୍ରାୟ ସରିଆସିଥିଲା ବୋଲି ସୁମନ୍ତ କହନ୍ତି । ବୋନମାରୋ ପ୍ରତିରୋପଣ ପାଇଁ କେଉଁଠୁ ଏତେ ଟଙ୍କା ଆଣିବୁ ଭାଇ ଭଉଣୀ ଚିନ୍ତାରେ ପଡ଼ିଥିଲେ । ହେଲେ ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହସ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଟଙ୍କା ପାଇଁ ହସ୍ପିଟାଲକୁ ଅନୁମୋଦନ ଦେଲେ । ସେହିଠାରେ ମା’ଙ୍କର ଚିକିତ୍ସା ଚାଲିଲା । ବୋନମାରୋ ପ୍ରତିରୋପଣ ହେଲା । ଡ଼ାକ୍ତର ମାଡ଼ାମ୍ ଏବଂ ନର୍ସମାନେ ମା’ ଙ୍କର ବହୁ ସେବା ଯତ୍ନ କଲେ ବୋଲି ସୁମନ୍ତ କହନ୍ତି । ଏବେ ତାଙ୍କ ମା’ ଘରକୁ ଆସିଲେଣି । ମା’ ସୁସ୍ଥ ଅଛନ୍ତି । ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଓଡ଼ିଶା ସରକାର ବି.ଏସ୍.କେ.ୱାଇ. କାର୍ଡ଼ ମାଧ୍ୟମରେ ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ । ତେଣୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିର କୃତଜ୍ଞ ବୋଲି ସୁମନ୍ତ କହିଛନ୍ତି।

Comments are closed.