ଦିଲ୍ଲୀ-ଏନସିଆର ସହ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବୁଧବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି | ଏହାର କେନ୍ଦ୍ର ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଥିଲା | ତେବେ ଦିଲ୍ଲୀ-ଏନସିଆରରେ ମୃଦୁ ଝଟକା ଅନୁଭୂତ ହୋଇଥିଲା । କୌଣସି ସ୍ଥାନରେ ଧନଜୀବନ କ୍ଷତି ନେଇ ଖବର ନାହିଁ |

ଉତ୍ତରାଖଣ୍ଡର ପିଥୋରାଗଡରେ ମଧ୍ୟ ଅପରାହ୍ନ ପ୍ରାୟ ୧:୩୦ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ୪.୪ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡ ଠାରୁ ୧୪୩ କିଲୋମିଟର ଦୂର ଥିଲା ।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ଆରମ୍ଭରେ ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏଯାବତ୍ ୪୬,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କେବଳ ତୁର୍କୀରେ ଏହି ଭୂକମ୍ପରେ ୨ ଲକ୍ଷରୁ ଅଧିକ ଘର ଭାଙ୍ଗିଛି।

Comments are closed.