ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ

ଭୁବନେଶ୍ୱର – ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ୨ଟି ଜିଲ୍ଲା ଗସ୍ତ କରିବା ସହ ବହୁ ପ୍ରକଳ୍ପର ଉଦ୍‌‌ଘାଟନ ଓ ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ୫ ତାରିଖ ସକାଳ ୯ ଟା ୧୦ରେ ନବୀନ ନିବାସରୁ ବିଧାନସଭା ଯାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ବିମାନ ବନ୍ଦର ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନର ଉନ୍ମୋଚନ କରିବେ।

ଏହାପରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦର ପରିସରରେ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ବିମାନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ପଶ୍ଚିମ ଓଡ଼ିଶା ଗସ୍ତ କରିବେ। ୯ ଟା ୪୦ରୁ ବିଜୁପଟ୍ଟନାୟକ ବିମାନବନ୍ଦରରୁ ବିମାନ ଯୋଗେ ଯାତ୍ରା ଆରମ୍ଭ କରି ବରଗଡ଼ ଜିଲ୍ଲାର ପଦ୍ମପୁରର ସତୀଭାଟ ଏୟାରଷ୍ଟ୍ରିପ୍‌‌ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ସୋହେଲାର ହଳଦୀପଲ୍ଲୀ ଗାଁକୁ ଯିବେ। ସେଠାରେ ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବହୁ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଉଦ୍‌‌ବୋଧନ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ସୋହେଲାଠାରୁ ଘେଁସ୍‌‌ ଯାଏ ବିଜୁ ଏକ୍ସପ୍ରେସ୍‌‌ ୱେରେ ରୋଡ୍‌‌ ଶୋ’ କରିବେ।

Comments are closed.