ଅସହ୍ୟ ଗ୍ରୀଷ୍ମତାପ : ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର, କାଲିଠୁ ପାଖରେ ସାମାନ୍ୟ ପରିବର୍ତ୍ତନ ସମ୍ଭାବନା

ଭୁବନେଶ୍ୱର – ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ଥିଲା। ଏଠାରେ ତାପମାତ୍ରା ଥିଲା ୪୨ ଡିଗ୍ରୀ ସେଲସିୟସ । ସମ୍ବଲପୁରରେ ତାପମାତ୍ରା ୪୧ ଦଶମିକ ୮ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରରେ ପାରଦ ୪୦ ଦଶମିକ ୨ ଡିଗ୍ରୀ ଥିଲା । ଦିନ ସାଢେ ୨ଟା ସୁଦ୍ଧା କେଉଁ ସହରରେ ତାପମାତ୍ରା କେତେ ଥିଲା, ତାହା ନିମ୍ନରେ ଦିଆଗଲା।

ଝାରସୁଗୁଡା: ୪୨.୦ ଡିଗ୍ରୀ ସେଲସିୟସ
ସମ୍ବଲପୁର: ୪୧.୮
ଭୁବନେଶ୍ୱର: ୪୦.୨
ଚାନ୍ଦବାଲି: ୪୦.୦
ହୀରାକୁଦ: ୪୦.୦
କେନ୍ଦୁଝର: ୩୮.୦
ବାଲେଶ୍ୱର: ୩୬.୪
ଗୋପାଳପୁର: ୩୩.୨
ପୁରୀ: ୩୩.୨

ଏଣେ ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ଏପ୍ରିଲ ୧୭ତାରିଖରେ ଉତ୍ତର ଉପକୂଳ ଓ ୧୮ରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Comments are closed.