ୟଶ ଚୋପ୍ରାଙ୍କ ପତ୍ନୀ ପାମେଲାଙ୍କ ପରଲୋକ

ମୁମ୍ବାଇ: ଖ୍ୟାତନାମା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କ ପରଲୋକ ହୋଇଯାଇଛି । ଗୁରୁବାର ସକାଳେ ସେ ୭୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ୟଶ ରାଜ ଫିଲ୍ମସ ତରଫରୁ ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଆଜି ମୁମ୍ବାଇରେ ତାଙ୍କ ଅନ୍ତିମ ସଂସ୍କାର ହେବ।

ପାମେଲା ଚୋପ୍ରାଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସର ଡକ୍ୟୁମେଣ୍ଟାରୀ ‘ଦ ରୋମାଣ୍ଟିକ୍ସ’ରେ ଦେଖିବାକୁ ମିଳିଥିଲା।

ସେ ଜଣେ ଗାୟକ ଥିଲେ ଏବଂ ଅନେକ ୟଶ ରାଜ ବ୍ୟାନର ଚଳଚ୍ଚିତ୍ର ପାଇଁ କଷ୍ଟ୍ୟୁମ ଡିଜାଇନ୍ କରିଥିଲେ | ତାଙ୍କ ସ୍ବାମୀ ୟଶ୍ ଚୋପ୍ରାଙ୍କ ୨୦୧୨ରେ ଦେହାନ୍ତ ହୋଇଥିଲା ।

Comments are closed.