କେରଳ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ନେଇ ଧମକ, ପୋଲିସ ଓ ସୁରକ୍ଷା ଏଜେନ୍ସିଙ୍କ ତନାଘନା

କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ନେଇ ଧମକ ମିଳିଛି । କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କ ପାଖକୁ ଗତ ସପ୍ତାହରେ ଆସିଥିବା ଏକ ଚିଠିରେ ଏପରି ଧମକ ଦିଆଯାଇଛି । ଆଗାମୀ କେରଳ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ନେଇ ଏହି ଚିଠିରେ ଧମକ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଧମକପୂର୍ଣ୍ଣ ଚିଠି ପରେ କେରଳରେ ହାଇ ଆଲର୍ଟ ଜାରି କରାଯାଇଛି । ପୋଲିସ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି।

ସୁରେନ୍ଦ୍ରନ କହିଛନ୍ତି ଯେ ସେ ମାଲାୟାଲମରେ ଲେଖାଯାଇଥିବା ଏହି ଚିଠିକୁ ସେ କେରଳର ପୋଲିସ ଡିଜିଙ୍କୁ ହସ୍ତାନ୍ତର କରିଛନ୍ତି ‌‌। ପୋଲିସ ଏହାର ଅନୁସନ୍ଧାନ କରୁଛି। ସେ କହିଛନ୍ତି, ଆମେ ଏହି ଚିଠି ନେଇ ଡିଜିପି, ପୋଲିସ, ଏସପିଜି ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)କୁ ଜଣାଇଛୁ । ସମସ୍ତେ ଏନେଇ ଯାଞ୍ଚ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ଏପ୍ରିଲ ୨୫ରେ କେରଳ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ମୋଦୀ ଥିରୁବନନ୍ତପୁରମ୍ ଏବଂ କାସରଗୋଡ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ରାଜ୍ୟରେ ୩୨୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି।

Comments are closed.