ବସକୁ ପିଟିଲା ଟ୍ରକ୍, ୪ ମୃତ, ୨୨ ଆହତ

ମୁମ୍ବାଇ: ମୁମ୍ବାଇ-ବେଙ୍ଗାଲୁରୁ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ରାତି ପ୍ରାୟ ୨ଟା ବେଳେ ଆମ୍ବେଗାଓଁ ଅଞ୍ଚଳର ସ୍ୱାମୀ ନାରାୟଣ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏକ ଘରୋଇ‌ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ୍ ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଏବଂ ପୁଣେ-ପିଏମଆରଡିଏ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବସ୍‌ରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବସଟି ସଟାରା ରୁ ମୁମ୍ବାଇ ଯାଉଥିବା ବେଳେ ଏକ ଟ୍ରକ ପଛପଟୁ ବସ୍ କୁ ଧକ୍କା ଦେଇଥିଲା। ପୋଲିସ କହିବ ଟ୍ରକ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭରର ମଧ୍ୟ ମୃତ୍ୟୁ ହୋଇଥିଲା ।

Comments are closed.