ପୁଣି ହଜାରେ ତଳେ ରାଜ୍ୟର ଦୈନିକ କୋରୋନା ସଂକ୍ରମଣ, ୯୮୬ ନୂଆ ଆକ୍ରାନ୍ତ, ଚାରି ଜିଲ୍ଲାରେ ଶୂନ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ହଜାରେ ତଳକୁ ଖସିଛି । ଗତ ୨୪ ଘଂଟାରେ ରାଜ୍ୟରେ ୯୮୬ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ଆକ୍ରାନ୍ତ । ସଙ୍ଗରୋଧରୁ ୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୪୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୩, କଟକରୁ ୧୩୯, ଯାଜପୁରରୁ ୪୯, ଜଗତସିଂହପୁରରୁ ୪୫, ମୟୂରଭଞ୍ଜରୁ ୩୨ ଓ ପୁରୀ ଜିଲ୍ଲାରୁ ୩୨ ନୂଆ ମାମଲା ଆସିଛି ।

ବାଲେଶ୍ୱର ଜିଲ୍ଲାରୁ ୨୫, ଅନୁଗୁଳରୁ ୨୪, କେନ୍ଦ୍ରାପଡାରୁ ୨୩, ନୟାଗଜରୁ ୨୦, ବଲାଙ୍ଗିରରୁ ୧୭, ଢେଙ୍କାନାଳରୁ ୧୫, ସମ୍ବଲପୁରରୁ ୧୫, ଭଦ୍ରକରୁ ୧୪, କେନ୍ଦୁଝରରୁ ୧୩, ସୁନ୍ଦରଗଡରୁ ୧୩, କନ୍ଧମାଳରୁ ୧୨ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦେବଗଡରୁ ୯, ଗଞ୍ଜାମରୁ ୮, ନବରଙ୍ଗପୁରରୁ ୬, କଳାହାଣ୍ଡିରୁ ୬, ରାୟଗଡାରୁ ୪, କୋରାପୁଟରୁ ୩, ସୁବର୍ଣ୍ଣପୁରରୁ ୧, ମାଲକାନଗିରିରୁ ୧, ଗଜପତିରୁ ୧ ଓ ବରଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ, ବୌଦ୍ଧ, ନୂଆପଡା ଓ ଝାରସୁଗୁଡାରୁ କୌଣସି ନୂଆ ମାମଲା ରିପୋର୍ଟ ହୋଇନାହିଁ ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୭୩କୁ ବୃଦ୍ଧି ପାଇଛି । ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୨ ହଜାର ୩୧୯ । ସକ୍ରିୟ ମାମଲା ସଂଖ୍ୟା ରହିଛି ୯ ହଜାର ୫୭୮ ।

Comments are closed.