ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର- ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜିଲ୍ଲା ମୟୂରଭଞ୍ଜ ଯିବେ ରାଷ୍ଟ୍ରପତି । ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଆଜି ଦିନ ୧୦ଟା ୪୦ରେ ନିଜ ଗାଁ ମୟୂରଭଞ୍ଜର ପାହାଡପୁରରେ ପହଞ୍ଚିବେ ରାଷ୍ଟ୍ରପତି ।
ପରେ ଗୋଷାଣୀ ନୂଆଗାଁ ଯାଇ ନାବାର୍ଡ ଦ୍ୱାରା ନିର୍ମିତ ଏସ୍ଏଲ୍ଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଣ୍ଟରର ଲୋକାର୍ପଣ କରିବେ ରାଷ୍ଟ୍ରପତି। ଏଫ୍ ଆଣ୍ଡ୍ ଟି ଦ୍ୱାରା ନିର୍ମାଣ ହେଉଥିବା ସ୍କିଲ ହବର ଉଦଘାଟନ କରି ଏସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି ଦିନ ୧୨ଟା ୩୦ରେ ପାହାଡପୁରରୁ ବାହାରି ୧୨.୪୫ରେ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଞ୍ଚିବା ପରେ ନିଶାମୁକ୍ତି ଓଡିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ ।

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରପତି ମୟୂରଭଞ୍ଜ ଗସ୍ତରେ ଥିବା ବେଳେ ଶିମିଳିପାଳ ବୁଲିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି।

Comments are closed.