ଭୁବନେଶ୍ୱର – ଆଜି ବି ରାଜ୍ୟର ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହୋଇଛି। ବିଶେଷ କରି ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇଛନ୍ତି ଲୋକେ । ଆଜି ରାଜ୍ୟର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୪୪ ଦଶମିକ ୧ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ଓ ଅନୁଗୁଳ ଉତ୍ତପ୍ତ ସହର ହୋଇଛି । ବୌଦ୍ଧରେ ୪୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫, ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୩.୪ , ଭବାନୀପାଟଣାରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ଵର ଓ କଟକରେ ଆଜିର ତାପମାତ୍ରା ଥିଲା ୩୮ .୨ ଡିଗ୍ରୀ ସେଲସିୟସ। ଗୋପାଳପୁରରେ ତାପମାତ୍ରା ଥିଲା ୩୪.୫ ଡିଗ୍ରୀ।
ରାଜ୍ୟରେ କେଉଁଠି କେତେ ତାପମାତ୍ରା ରେକର୍ଡ ହୋଇଛି, ତାହା ନିମ୍ନରେ ଦିଆଗଲା।
Comments are closed.