ଜଣାଶୁଣା ଅଭିନେତା ମଙ୍ଗଲ ଢିଲୋଂଙ୍କ ପରଲୋକ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ମଙ୍ଗଲ ଢିଲୋଂଙ୍କ ପରଲୋକ ହୋଇଯାଇଛି |

‘ଖୁନ୍ ଭରୀ ମାଙ୍ଗ’, ‘ଦଲାଲ୍’ ଏବଂ ‘ତୁଫାନ୍ ମେଲ୍’ ଭଳି ଚଳଚ୍ଚିତ୍ରରେ କାମ କରିଥିବା ମଙ୍ଗଲ ଢିଲୋଂ ନିକଟରେ ଲୁଧିଆନାର ଏକ କ୍ୟାନସର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ଅଭିନେତା ଯଶପାଲ ଶର୍ମା ମଧ୍ୟ ଏକ ଫେସବୁକ ପୋଷ୍ଟରେ ତାଙ୍କ ପରଲୋକ ଖବର ନିଶ୍ଚିତ କରିଛନ୍ତି ।

ମଙ୍ଗଲ ଧିଲନ୍ ପଞ୍ଜାବର ଫରିଦକୋଟ୍ ବାସିନ୍ଦା ଥିଲେ।

ସେ ‘କରେଣ୍ଟ୍’, ‘ଜିନ୍ଦଗୀ ଏକ ଜୁଆ’ ଏବଂ ‘ହିର-ରଞ୍ଝା’ ଭଳି ଚଳଚ୍ଚିତ୍ର ପାଇଁ ପରିଚିତ ଥିଲେ। ୧୯୯୪ ମସିହାରେ ସେ ରିତୁ ଢିଲୋଂଙ୍କୁ ବିବାହ କରିଥିଲେ।

Comments are closed.