ବ୍ରଜମଣ୍ଡଳ ପରିକ୍ରମା: ଶ୍ରୀକୃଷ୍ଣଙ୍କ “ଜଳଶଯ୍ୟାବିହାର” କୁମୁଦବନ

କୁମୁଦବନ : ବୃନ୍ଦାବନ ଦ୍ଵାଦଶ ବନ ମଧ୍ୟରୁ ଅନ୍ୟତମ ତୃତୀୟ ବନ ହେଉଛି କୁମୁଦବନ। ବର୍ତ୍ତମାନ ଏହାର ନାମ କୁଦରବନ। ମଥୁରା ର ସାଢ଼େ ପାଞ୍ଚ ମାଇଲି ଦକ୍ଷିଣ ପଶ୍ଚିମ ଦିଗରେ ” ଉଚାଗାଓଁ ” ନାମକ ସ୍ଥାନରେ ଏହି କୁମୁଦବନ ଅବସ୍ଥିତ।

ଏହି କୁମୁଦବନ ଶ୍ରୀକୃଷ୍ଣଙ୍କର ବିହାରସ୍ଥଳୀ ଅଟେ। କୁମୁଦ ପୂର୍ଣ୍ଣ ସରୋବରରେ ଶ୍ରୀକୃଷ୍ଣ ଏଠାରେ ଜଳ କେଳି କରିଥିଲେ। ଏ ସ୍ଥାନ “ଜଳଶଯ୍ୟାବିହାର” ସ୍ଥାନ ନାମରେ ପ୍ରସିଦ୍ଧ। ଶ୍ରୀକୃଷ୍ଣ ଓ ବଳରାମ ଗୋ ଚାରଣ ସମୟରେ ଏହି ରମଣୀୟ ସ୍ଥାନରେ ବିଚରଣ କରୁଥିଲେ। କୁମୁଦବନରେ ଶ୍ରୀକୃଷ୍ଣ ବେଣୁ ନାଦ କରି ବ୍ରଜଵାଲା ମାନଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥିଲେ। ଏହି ପବିତ୍ର ସ୍ଥାନରେ କପିଳଦେଵ ଭଗବାନ ଶ୍ରୀକୃଷ୍ଣଙ୍କୁ ଆରାଧନା କରି ଲାଭ କରିଥିଲେ।

ଶ୍ରୀ ବଲ୍ଲଭାଚର୍ଯ୍ୟ ଙ୍କ ବୈଠକ : ନିମ୍ବାର୍କ ସମ୍ପ୍ରଦାୟର ଆଚାର୍ଯ୍ୟ ମହାପ୍ରଭୁ ଶ୍ରୀବଲ୍ଲଭାଚର୍ଯ୍ୟଙ୍କ ବୈଠକ ଏଠାରେ ରହିଛି। ଶ୍ରୀବଲ୍ଲଭାଚର୍ଯ୍ୟ ବୃନ୍ଦାବନ ଦର୍ଶନ ସମୟରେ ଶ୍ରୀଗୋବର୍ଦ୍ଧନ ଏହି ସ୍ଥାନରେ ତାଙ୍କୁ ଦର୍ଶନ ଦେଇଥିଲେ। ଏଠାରେ ଥିବା ସରୋବରର ଦକ୍ଷିଣ ତୀରରେ ଶ୍ରୀବଲ୍ଲଭାଚର୍ଯ୍ୟଙ୍କ ବୈଠକ ଅବସ୍ଥିତ। ଶ୍ରୀବଲ୍ଲଭ ବୈଷ୍ଣବ ମାନଙ୍କ ଏହାଏକ ପବିତ୍ର ତୀର୍ଥ ଭାବରେ ଗ୍ରହଣ କରାଯାଏ।

.. …. କ୍ରମଶଃ

Comments are closed.