ବିଧାନସଭାରେ ଆଜି ଉପସ୍ଥାପନ ହେବ ତିନିଟି ବିଲ୍

ଭୁବନେଶ୍ୱର – ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ୩ଟି ବିଲ୍ ଉପସ୍ଥାପିତ ହେବ । ଓଡିଶା ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ସଂଶୋଧନ ବିଲ୍‌, ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ ଓ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ଉପସ୍ଥାପନ କରାଯିବ । ଜଳସଂପଦ,ଯୋଜନା ଓ ସଂଯୋଜନ, ପର୍ଯ୍ୟଟନ, ସୂଚନା ଓ ଲୋକ ସଂପର୍କ, ବାଣିଜ୍ୟ, ଓଡିଆ ଭାଷା, ପରିବହନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

Comments are closed.