ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ, ହୀରାକୁଦର ୨୨ଟି ଗେଟ୍ ଖୋଲା

ସମ୍ବଲପୁର – ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୪୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜ ଦେଇ ନିଷ୍କାସିତ ହେଉଛି ୩ ଲକ୍ଷ ୧୬ହଜାର ଜଳ। ଯୋବ୍ରା ବ୍ୟାରେଜ ଦେଇ ୨ଲକ୍ଷ ୭୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି |

ହୀରାକୁଦ ଜଳଭଣ୍ଡାରର ଏ ଯାଏଁ ମୋଟ ୨୨ଟି ଗେଟ୍ ଖୋଲାଯାଇଛି। ଏଣେ ମହାନଦୀ ପାଣି କଟକ ବଡ଼ମ୍ବା ମା’ ଭଟ୍ଟାରିକାଙ୍କ ଗର୍ଭଗୃହରେ ପଶିବାରୁ ମା’ଙ୍କୁ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଗମ୍ଭୀରାକୁ ସ୍ଥାନାନ୍ତର କରାଯାଉଛି।

Comments are closed.