କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ମୋ ବସ୍ – କାର୍ ଧକ୍କା, ଜଣେ ମୃତ, ୫ ଆହତ

କୋଣାର୍କ – ଆଜି ସକାଳେ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମେରାଇନ ଡ୍ରାଇଭ ରାସ୍ତାର ବାଲିଘାଇ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୋ ବସ୍ ଓ କାର ମଧ୍ୟରେ ଧକ୍କା ହେବା ଯୋଗୁଁ କାରରେ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ଦୁଇ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ବସ୍ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେ ଏବେ ବି ବସରେ ଫସି ରହିଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ଦୁର୍ଘଟଣାରେ କାର୍ ସମ୍ମୁଖ ଭାଗ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।

Comments are closed.